Odisha Link
Bridging the Missing Links in Odisha

ଦୁଷ୍କର୍ମକାରୀଙ୍କୁ ନେଇ ଏମିତି କହିଲେ କଙ୍ଗନା

ଭୋପାଲ: ଗଣଦୁଷ୍କର୍ମ ମାମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍। ଫିଲ୍ମ ‘ଧାକଡ’ର ସୁଟିଂ ପାଇଁ ଭୋପାଲ ଯାଇଛନ୍ତି କଙ୍ଗନା। ସେଠାରେ ହେଉଥିବା ଶିଶୁ ଦୁଷ୍କର୍ମ ମାମଲାକୁ ନେଇ କଙ୍ଗନାଙ୍କୁ ପଚରାଯାଇଥିଲା। ଏହି ମାମଲାକୁ ନେଇ ଉତ୍‌କ୍ଷିପ୍ତ ହେବା ସହ କଙ୍ଗନା କହିଛନ୍ତି ଯେ, ଗଣଦୁଷ୍କର୍ମକାରୀଙ୍କୁ ବିଚ୍ ରାସ୍ତାରେ ଝୁଲାଇଦେବା ଦରକାର।

କଙ୍ଗନା ଆହୁରି କହିଛନ୍ତି, ସାଉଦି ଆରବ ଭଳି ଅନେକ ଦେଶରେ ଗଣଦୁଷ୍କର୍ମକାରୀଙ୍କୁ ବିଚ ରାସ୍ତାରେ ଝୁଲାଇ ଦିଆଯାଏ। ଏହିଭଳି ୫-୬ଟି ଉଦାହରଣ ନ ଦେବା ଯାଏଁ ଏହିଭଳି ଅପରାଧ ହେଉଥିବ। ଦୁଷ୍କର୍ମ ମାମଲାରେ ଥିବା ପୁରୁଣା ଆଇନ ବଦଳାଇବା କଥା କହିଛନ୍ତି କଙ୍ଗନା। ସେ କହିଛନ୍ତି, ବର୍ତ୍ତମାନ ଆଇନ ବ୍ୟବସ୍ଥାରେ ପୀଡିତା ଉପରେ ଅପରାଧ ପ୍ରମାଣ କରିବାକୁ ପଡିଥାଏ। ପୀଡିତାକୁ ନାନା ପ୍ରଶ୍ନ କରାଯାଇଥାଏ। ବିଭିନ୍ନ ପରିସ୍ଥିତିରେ ପରିମାଣ ଅଭାବରୁ ଅଭିଯୁକ୍ତ ଖସି ଯାଇଥାଏ।

ଏଥିସହ ‘ଲଭ୍ ଜିହାଦ୍’ ଆଇନକୁ ନେଇ ମଧ୍ୟ ଅଭିନେତ୍ରୀ କଙ୍ଗନା ରଣାୱତ୍ କହିଛନ୍ତି। କଙ୍ଗନା ଏହି ଆଇନର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଇନ କେବଳ ସେମାନଙ୍କ ପାଇଁ ଯେଉଁମାନେ ଲଭ୍ ଜିହାଦ୍ କରୁଛନ୍ତି। ଅନ୍ୟ ଜାତିରେ ବିବାହ ଓ ବିବାହ ପରେ ଧୋକା ଦେଉଥିବା ଲୋକଙ୍କ ପାଇଁ ଏହି ଆଇନ ଆରମ୍ଭ ହୋଇଛି। କଙ୍ଗନା କହିଛନ୍ତି ପ୍ରେମରେ ପ୍ରତାରଣା ଦେଉଥିବା ଲୋକଙ୍କ ପାଇଁ ଏହା ପ୍ରଭାବଶାଳୀ।

Comments are closed.