Odisha Link
Bridging the Missing Links in Odisha

ସମୁଦ୍ରରୁ ମିଳିଲା ନିଖୋଜ ବିମାନର ଧ୍ୱଂସାବଶେଷ

ଜାକର୍ତ୍ତା: ନିଖୋଜ ଯାତ୍ରୀବାହୀ ବିମାନର ମିଳିଲା ପତ୍ତା। ୪ ମିନିଟ୍ ଉଡ଼ାଣ ପରେ ନିଖୋଜ ହୋଇଯାଇଥିବା ଇଣ୍ଡୋନେସିଆର ଯାତ୍ରୀବାହୀ ବିମାନର ଧ୍ୱଂସାବଶେଷ ମିଳିଛି। ସମୁଦ୍ର ଭିତରୁ ଧ୍ୱଂସାବଶେଷ ମିଳିଛି।ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ଏହି ଯାତ୍ରୀବାହୀ ବିମାନରରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ୬୨ ଜଣ ଲୋକ ଯାଇଥିଲେ।  ବର୍ତ୍ତମାନ ସୁଦ୍ଧା କାହାର ମୃତଦେହ ସମୁଦ୍ର ମଧ୍ୟରୁ ମିଳିନାହିଁ। କିନ୍ତୁ ଗଭୀର ଜଳରୁ ବିମାନର ଧ୍ୱଂସାବଶେଷ ମିଳିଥିବା ନେଇ ଇଣ୍ଡୋନେସିଆର ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଇଣ୍ଡୋନେସିଆ ସ୍ରୀୱିଜୟାର ଯାତ୍ରୀବାହୀ ବିମାନ ଆଜି ୨.୩୦ରେ ଜାକର୍ତ୍ତାରୁ ଉଡ଼ାଣ ଭରିଥିଲା। ଏଥିରେ ୧୦ ଜଣ କ୍ରୁଙ୍କୁ ମିଶାଇ ମୋଟ ୬୨ ଜଣ ରହିଥିଲେ। ବିମାନଟି ବୋର୍ଣ୍ଣ ଦ୍ୱୀପର ପୋଣ୍ଟିଆନକ ଯିବାର ଥିଲା। ହେଲେ ଉଡ଼ାଣର ୪ ମିନିଟ୍‌ ପରେ ବିମାନଟି ନିଖୋଜ ହୋଇଯାଇଥିଲା। ନିଖୋଜ ଖବର ପ୍ରଚାର ହେବା ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା।

ସର୍ଚ୍ଚ ଅପରେସନ ବେଳେ ସ୍ରୀୱିଜୟାର ବିମାନ ବୋଇଂ ୭୩୭-୫୦୦ର କିଛି ଧ୍ୱଂସାବଶେଷ ଉତ୍ତର ଜାକର୍ତ୍ତାର ସମୁଦ୍ରରୁ ମିଳିଛି। ନିଖୋଜ ସମୟରେ ଏହା ୧୦ ହଜାର ଫୁଟ ଉପରେ ରହିଥିଲା। ଏହି ବିମାନଟି ୨୬ ବର୍ଷ ପୁରୁଣା ଥିଲା। ପ୍ରଥମଥର ପାଇଁ ୧୯୯୪ ମେ’ ମାସରେ ଲୋକଙ୍କ ସେବା ଯୋଗାଇବା ଆରମ୍ଭ କରିଥିଲା। କେଉଁ କାରଣରୁ ବିମାନଟି କ୍ରାଶ ହେଲା ତାହା ସ୍ପଷ୍ଟ ହୋଇ ନାହିଁ।

 

Comments are closed.