Odisha Link
Bridging the Missing Links in Odisha

ଘରୁ ଚୋରା ମଦ ଜବତ, ଦୁଇ ଅଟକ

ଭଦ୍ରକ : ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟେଲ ଛକ ନିକଟରେ ଏକ ଘରୁ ବିପୁଳ ମାତ୍ରାରେ ଚୋରା ମଦ ଜବତ କଲା ପୁଲିସ । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଭଦ୍ରକ ଟାଉନ ପୋଲିସ ।

ପ୍ରକାଶ ଯେ, ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟେଲ ଛକ ନିକଟରେ ଏକ ଘରେ ଚୋରାରେ ମଦ ବିକ୍ରି ହେଉଥିବାର ପୁଲିସ ଖବର ପାଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ଚଢାଉ କରିବା ସହ ମଦ ବିକ୍ରି ହେଉଥିବା ଘର ଉପରେ ପୁଲିସ ଛାନଭିନ୍ କରିଥିଲା ।

ଚଢାଉ ସମୟରେ ବିଭିନ୍ନ ବ୍ରାଣ୍ଡର ଚୋରା ମଦ ପେଟି ଜବତ କରିଥିଲା ପୁଲିସ। ଜବତ ହୋଇଥିବା ମଦର ପରିମାଣ ପ୍ରାୟ ୪୮ ଲିଟରରୁ ଅଧିକ ବୋଲି ଜଣାପଡିଛି ।

Comments are closed.