Odisha Link
Bridging the Missing Links in Odisha

ତାସ୍‌ ଖେଳରେ ହାରିଯିବାରୁ ହତ୍ୟା

ନୀଳଗିରି: ତାସ୍‌ ଖେଳରେ ହାର ଜିତି ପାଇଁ ଜୀବନ ଯାଇଛି। ଆଉ ରକ୍ତାକ୍ତ ହୋଇଛି ଗାଁ ଦାଣ୍ଡ। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ମିତ୍ରପୁର ନିକଟ ଗୋଡ଼ିଖାଣିଆ ଗାଁର କୁନା ଭୋଳ, ଗଣେଶା ସିଂ ଓ ତାଙ୍କ ସାଥୀମାନେ ଆଜି ଦିନ ଦି’ ପହରରେ ତାସ ଖେଳୁଥିଲେ। ଏହି ସମୟରେ ହାର ଜିତକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହା ପରେ କୁନା ଘରକୁ ପଳାଇ ଆସିଥିଲେ। ତେବେ ରାଗରେ ଜର୍ଜରୀତ ହେଉଥିବା ଗଣେଶ ଏକ ଭୁଜାଲିରେ କୁନା ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆଣିଥିବା ଅଭିଯୋଗ ହୋଇଛି।

ଚିତ୍କାର ଶୁଣି ଗାଁ ଲୋକେ କୁନାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଧରିବାରିବାରେ ସକ୍ଷମ ହୋଇନାହିଁ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Comments are closed.