Odisha Link
Bridging the Missing Links in Odisha

ମୋଦିଙ୍କ ବିରୋଧରେ ଟ୍ୱିଟ୍ କରି ପାଇଲଟ ବହିଷ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ କରିବା ଜଣେ ପାଇଲଟଙ୍କୁ ମହଙ୍ଗା ପଡ଼ିଛି। ମୋଦିଙ୍କୁ ନେଇ ଟ୍ୱିଟ କରିଥିବାରୁ ତାଙ୍କୁ ଗୋ ଏୟାର ଚାକିରିରୁ ବହିଷ୍କୃତ କରିଛି। ଜାନୁଆରୀ ୭ରେ ପାଇଲଟ ଜଣଙ୍କ ମୋଦିଙ୍କ ବିଷୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଟ୍ୱିଟ୍ କରିଥିଲେ। ଟ୍ୱିଟ୍‌ ନେଇ ସୋଶାଲ ମିଡିଆରେ ବେଶ ବିବାଦ ହୋଇଥିଲା।

ଏୟାରଲାଇନ୍ସର ପଲିସି ମୁତାବକ, ପାଇଲଟଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା। ସେ ମଧ୍ୟ ନିଜର ଟ୍ୱିଟ ପାଇଁ କ୍ଷମା ମାଗିଥିଲେ। ତଥାପି ଆଜି ତାଙ୍କୁ ଗୋ ଏୟାର ଚାକିରିରୁ ବହିଷ୍କାର କରାଯାଇଛି। ଗୋ-ଏୟାର କହିଛି ଯେ ,କମ୍ପାନୀ ସର୍ବଦା ଜିରୋ ଟଲରାନ୍ସ ନୀତି ଆପଣାଇଛି। କମ୍ପାନୀ ପ୍ରଣୟନ କରିଥିବା ନିୟମକୁ ସମସ୍ତ କର୍ମଚାରୀ ବାଧ୍ୟତାମୂଳକ ଭାବେ ପାଳନ କରିବେ। ଗୋଏୟାର କ୍ୟାପ୍ଟେନଙ୍କୁ ବହିଷ୍କାର କରୁଛି। ଏହି ନିଷ୍ପତ୍ତି ତତ୍କାଳ ଭାବେ ଲାଗୁ କରାଯିବ।

ଏଥିସହ କମ୍ପାନୀର ଆଇନ ଓ ନୀତିକୁ ମଧ୍ୟ ସମସ୍ତେ ପାଳନ କରିବାକୁ ବାଧ୍ୟ। କେବଳ କମ୍ପାନୀରେ ନୁହେଁ, ସୋଶାଲ ମିଡିଆରେ ମଧ୍ୟ ନିଜର ଆଚରଣକୁ ସୀମା ମଧ୍ୟରେ ରଖିବାକୁ ସବୁ କର୍ମଚାରୀଙ୍କୁ କୁହାଯାଇଛି। କୌଣସି କର୍ମଚାରୀ କିମ୍ବା ବ୍ୟକ୍ତି ଯାହା ବି ଟ୍ୱିଟ କରୁଛନ୍ତି ବା ସୋଶାଲ ମିଡିଆରେ କହୁଛନ୍ତି, ତା’ ସହିତ ଗୋଏୟାରର କୌଣସି ସମ୍ପର୍କ ନାହିଁ।

Comments are closed.