Odisha Link
Bridging the Missing Links in Odisha

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ ଲକ୍ଷ ଟଙ୍କାର ସମ୍ପତ୍ତି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନା ମୁତାବକ, ଚାନ୍ଦବାଲିର ଶାସ୍ତ୍ରୀନଗର ନିକଟରେ ଥିବା ୨ଟି ଧାନ ଗୋଦାମ ଓ ଗୋଟିଏ ପାଇପ ଗୋଦାମରେ ନିଆଁ ଲାଗି ଏଭଳି ଅଘଟଣ ଘଟିଛି। ଫଳରେ ଗୋଦାମରେ ଥିବା ସମସ୍ତ ଜିନିଷ ଜଳିଯାଇଛି। ଗୋଦାମରେ ଦୁଇ ହଜାରରୁ ଅଧିକ ଧାନ ବସ୍ତା ପୋଡ଼ିଯାଇଥିବା ଜଣାପଡ଼ିଛି।

Comments are closed.