Odisha Link
Bridging the Missing Links in Odisha

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ମିଳିଲା ଭଗ୍ନାବଶେଷ ଓ ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ

ଜାକର୍ତ୍ତା: ଶନିବାର ଅପରାହ୍ନରେ ଇଣ୍ଡୋନେସିଆରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି। ବିମାନଟି ଗତକାଲି ଜାକର୍ତ୍ତାରୁ ଉଡାଣ ଭରିଥିଲା। ଏହାପରେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନରେ ମୋଟ୍ ୬୨ଜଣ ଲୋକ ଥିଲେ।ଏବେ ଦୁର୍ଘଟଣାସ୍ଥଳରେ ମାନବ ଶରୀରର ଅଙ୍ଗ ମିଳିଛି। ଏନେଇ ଇଣ୍ଡୋନେସିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ପରିବହନ ମନ୍ତ୍ରୀ ବୁଦୀ କରିୟା ସୁମାଡି କହିଛନ୍ତି ଯେ, ଶ୍ରୀବିଜୟ ଏୟାରଲାଇନ୍ସର ଏସଜେ ୧୮୨ ଦିନ ୨ଟା ୩୬ରେ ଉଡାଣ ଭରିଥିଲା। ଏକ ଘଣ୍ଟା ପରେ ଏହା ସହ ସମ୍ପର୍କ ଛିନ୍ନ ହୋଇଥିଲା। ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କର ସହ କଥା ହେବାର ୪ ମିନିଟ୍ ପରେ ବିମାନଟି ରାଡାରରୁ ଗାଏବ ହୋଇଯାଇଥିଲା।

ସେ ଆହୁରି କହିଛନ୍ତି ଯେ, ୪ଟି ଯୁଦ୍ଧ ଜାହାଜ ସହ ୧୨ରୁ ଅଧିକ ଜାହାଜ ଲଙ୍ଗାଙ୍ଗ ଦ୍ୱୀପ, ଲାକୀ ଦ୍ୱୀପର ଉତ୍ତରରେ ଥିବା ଅନ୍ୟ ଦ୍ୱୀପପୁଞ୍ଜରେ ସନ୍ଥାନ କରୁଛନ୍ତି। ଉଦ୍ଧାର କାର୍ଯ୍ୟ ଓ ସର୍ଚ୍ଚ ଅପରେସନ ଜାରି ରହିଛି। ନ୍ୟାସନାଲ୍ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସିର ମୁଖ୍ୟ ବଙ୍ଗାଗ୍ ସୂର୍ଯ୍ୟୋ ଆଜି କହିଛନ୍ତି ଯେ, ବିମାନର ଭଗ୍ନାବଶେଷ ମାଛଧରାଳି ଠାବ କରିଥିଲେ। ଅଧିକ ଯାଞ୍ଚ ପାଇଁ ମିଳିଥିବା ଭଗ୍ନାବଶେଷକୁ ଲ୍ୟାବକୁ ପଠାଯାଇଛି।

ଏୟାରଲାଇନ୍ସର ବୟାନ ଅନୁସାରେ, ବିମାନଟି ବୋର୍ଣ୍ଣିୟା ଦ୍ୱୀପର ପଶ୍ଚିମ ପ୍ରାନ୍ତର ରାଜଧାନୀ ଜାକର୍ତ୍ତାଠୁ ୯୦ ମିନିଟର ଉଡାଣ ଭରିଥିଲା। ଏଥିରେ ୫୦ ଜଣ ଯାତ୍ରୀ ଓ ୧୨ ଜଣ କର୍ମଚାରୀ ଥିଲେ। ସମସ୍ତ ବିମାନଯାତ୍ରୀ ଇଣ୍ଡୋନେସିଆର ନାଗରିକ ଥିଲେ।

Comments are closed.