Odisha Link
Bridging the Missing Links in Odisha

ଓଡ଼ିଶା ସମେତ ଭାରତ ବର୍ଷରେ କୋଇଲା ଉତ୍ପାଦନ ବୃଦ୍ଧି ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କୋଇଲା ଖଣିର ସଞ୍ଚାଳନ ସହଜ କରିବା ପାଇଁ ଭାରତ ସରକାର କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ ହେବା ଫଳରେ ଖଣି ଲିଜ୍ ପ୍ରକ୍ରିୟାକରଣ ଶୀଘ୍ର ହେବ। କୋଇଲା ଖଣିର କାର୍ଯ୍ୟକାରୀତା ସହଜ ହେବ। ଓଡ଼ିଶା ସମେତ ଭାରତବର୍ଷରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍ ଅଫ୍ ଡୁଇଂ ବିଜନେସକୁ ମଧ୍ୟ ପ୍ରାଥମିକତା ଦେବ।

ମୋଦି ସରକାରରେ ବିଗତ କିଛି ବର୍ଷ ମଧ୍ୟରେ କୋଇଲା କ୍ଷେତ୍ରରେ ଅନେକ ଗୁଡ଼ିଏ ସଂସ୍କାର ଅଣାଯାଇଛି। କ୍ଲିୟରାନ୍ସର ଶୀଘ୍ର ଅନୁମୋଦନ କୋଇଲା କ୍ଷେତ୍ରକୁ ଲାଭ ଦେବ, ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ ଆତ୍ମନିର୍ମାଣ ଭାରତ ନିର୍ମାଣରେ ସହାୟକ ହେବ। ଏହା ସଙ୍ଗେସଙ୍ଗେ ଦେଶର ଅର୍ଥନୀତିକୁ ମଧ୍ୟ କୋଇଲା କ୍ଷେତ୍ର ଗତି ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.