Odisha Link
Bridging the Missing Links in Odisha

ଗୋପାଳପୁର ବନ୍ଦର ପକ୍ଷରୁ ଅର୍ଜୀପୋଲ୍ଲୀ ଉଚ୍ଚ ବିଦ୍ୟାଳୟରେ କରୋନା ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର: ଆଜି ଗୋପାଳପୁର ବନ୍ଦର ପକ୍ଷରୁ ଅର୍ଜୀପୋଲ୍ଲୀସ୍ଥିତ ଉଚ୍ଚ ବିଦ୍ୟାଳୟରେ କରୋନା ସଚତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,ଛତ୍ରପୁର ଏବଂ ବ୍ଲକ୍‌ ଶିକ୍ଷା କାର୍ଯ୍ୟାଳୟର ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।

ଦୀର୍ଘ ୯ ମାସର ବ୍ୟବଧାନ ପରେ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ସହ ୮ ଜାନୁଆରୀରେ ସାରା ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକ ପୁନଃ ଆରମ୍ଭ କରାଯାଇଛି। ଏହି ସଚେତନକା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ କିପରି ସାମାଜିକ ଦୂରତା ବଜାୟ ରଖିବେ, କିପରି ସୁରକ୍ଷିତ ଭାବରେ ମାସ୍କ ପିନ୍ଧିବେ ଏବଂ ବିଦ୍ୟାଳୟ ସମୟରେ ବାରମ୍ଭାର ହାତ ପରିଷ୍କାର କରିବେ ସେ ବିଷୟରେ ସୂଚନା ଦିଆଯାଇଛି।

ସଚେତନତା କାର୍ଯ୍ୟକ୍ରମରେ ବ୍ଲକ୍‌ ଶିକ୍ଷା ଅଧିକାରୀ ଅଭିନାଶ ଶତପଥୀ, ଆୟୁଷ ଡାକ୍ତର ମଧୁସ୍ମିତା ବେହେରା, ଜନସ୍ବାସ୍ଥ୍ୟ ଅଧିକାରୀ ବରୁଣ ପାଣିଗ୍ରାହୀ, ବିଦ୍ୟାଳୟ ସଭାପତି କେ ଏଲିଆ, ଅଜୟ କୁମାର ମିଶ୍ର, ଉପସଭାପତି(ମାନବ ସମ୍ବଳ) ଗୋପାଳପୁର ବନ୍ଦର, ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଗୋପାଳପୁର ବନ୍ଦର ସର୍ବଦା ସାମାଜିକ ଦାୟିତ୍ବ ବୋଧ (ସି ଏସ୍‌ ଆର) ପ୍ରତି ପ୍ରତିବଦ୍ଧ। ଗୋପାଳପୁର ବନ୍ଦର ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ଓ ଜୀବାଣୁ ନାଶକ ସାବୁନ ବଣ୍ଟନ କରାଯାଇଛି।

Comments are closed.