Odisha Link
Bridging the Missing Links in Odisha

ଡ଼ବଲ ମର୍ଡର ଘଟଣା; ଆଉ ଜଣେ ଗିରଫ

ଭୁବନେଶ୍ବର : ବହୁଚର୍ଚ୍ଚିତ ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିଜେଡ଼ିକୁ ସିଧାସଳଖ ଦାୟୀ କରୁଛନ୍ତି। ଏହି ଘଟଣାକୁ ନେଇ ସରକାରଙ୍କ ଗାଦି ଟଳମଳ କରିବା ପାଇଁ କଳବଳ କୌଶଳ ଲଗାଇଥିବା ବେଳେ ହତ୍ୟାକାଣ୍ଡର ଅଉ ଜଣେ ଅଭିଯୁକ୍ତ ଆଜି ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ଭିକାରୀ ସ୍ବାଇଁ।

ଏ ନେଇ କଟକ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ସପ୍ତମ ଅଭିଯୁକ୍ତ ଉମେଶ ଖଟୁଆ ଗିରଫ ହୋଇଥିଲା। ଉମେଶର ବୟାନ ନେଇ ବିଭିନ୍ନ ଦିଗରୁ ପୁଲିସ ତଦନ୍ତକୁ ଜୋରଦାର କରିଥିଲା। ଅନ୍ୟପଟେ ଉମେଶର ସୂଚନା ଆଧାରରେ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା।

Comments are closed.