Odisha Link
Bridging the Missing Links in Odisha

କୃଷି ଆଇନ ନେଇ କେନ୍ଦ୍ରକୁ କଡ଼ା ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୃଷି ଆଇନ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ। କୃଷି ଆଇନକୁ ନେଇ ସାରା ଭାରତରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମକୋର୍ଟ ଉଭୟ କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ଅସନ୍ତୋଷ ଜାହିର କରିଛନ୍ତି। ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ମଧ୍ୟ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଯାହା କିଛି ଚାଲିଛି ଆମେ ଆଦୌ ଖୁସି ନୁହଁ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି। କ’ଣ ପାଇଁ ବୟସ୍କ ଲୋକ ଥଣ୍ଡା କାକରେ ପଡ଼ି ଆନ୍ଦୋଳନ କରୁଛନ୍ତି। କାହିଁକି କେହି ଜଣେ ଆଇନ ସପକ୍ଷରେ ଏଯାଏ କିଛି ରିଟ କାରିନାହାନ୍ତି ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଛନ୍ତି। କୌଣସି ରକ୍ତ ପାତ ଓ ମୃତ୍ୟୁକୁ ଆମେ ଗ୍ରହଣ କରିପାରିବୁ ନାହିଁ ମୁଖ୍ୟ ବିଚାରପତି କହିଛନ୍ତି।

ଏଥିସହ କୃଷି ଆଇନକୁ ସ୍ଥଗିତ ରଖି ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ୍ସପର୍ଟ କମିଟିର ନିଷ୍ପତ୍ତି ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ ସ୍ଥଗିତ ରହୁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି।

Comments are closed.