Odisha Link
Bridging the Missing Links in Odisha

ଭୁବନେଶ୍ୱରକୁ ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା। କ୍ୟୁସିଆଇ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଏହି ମୂଲ୍ୟାୟନ କରାଯାଇଛି। ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା ହେଉଛି ସ୍ୱଚ୍ଛ ଭାରତ ମିଶନର ଏକ ସୂଚକାଙ୍କ।

ଓଡିଏଫ୍ ସ୍ଥିତି ଜାଣିବା ପାଇଁ ଯେଉଁ ସବୁ ସୂଚକାଙ୍କ ଓ ସେବା ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର, ସେସବୁ ଭୁବନେଶ୍ୱର ମହାନଗର ନିଗମ ପୂରଣ କରିଛି। ଏନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।

ଏହି ମାନ୍ୟତା ପାଇଁ ବିଏମସି ପକ୍ଷରୁ ଗତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ଆବେଦନ କରାଯାଇଥିଲା। ତେବେ କୋଭିଡ-୧୯ ପାଇଁ ଏହି ପ୍ରକ୍ରିୟା କିଛି ମାସ ସ୍ଥଗିତ ରହିଥିଲା। ଗତ ମାସରେ ଏଥିପାଇଁ ନିୟୋଜିତ ସଂସ୍ଥା ଭୁବନେଶ୍ୱର ଆସି କ୍ଷେତ୍ର ମୂଲ୍ୟାୟନ କରିଥିଲା।

Comments are closed.