Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ବ୍ରେନ୍ ମ୍ୟାପିଂ ଆବେଦନ ଖାରଜ

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଏସଆଇଟିର ଆବେଦନ ଖାରଜ। ଜୁଭେନାଇଲ ଜଷ୍ଟିସ ବୋର୍ଡରେ ବ୍ରେନ୍ ମ୍ୟାପିଂ ପାଇଁ ମନାକଲା ଅଭିଯୁକ୍ତ। ଅଭିଯୁକ୍ତ ଅରାଜି ହେବାରୁ ଏସଆଇଟିର ଆବେଦନ ଖାରଜ କଲେ ଜେଜେବି। ଅଭିଯୁକ୍ତର ଏଲ୍‌ଭିଏ ଟେଷ୍ଟ ପାଇଁ ଜେଜେବିରେ ଆବେଦନ କରିଛି ଏସଆଇଟି। ପୁର୍ବରୁ ନାକୋ ଟେଷ୍ଟ ପାଇଁ ମଧ୍ୟ ଅଭିଯୁକ୍ତ ମନା କରିଥିଲା।

ଗତ ଡିସେମ୍ବର ୨୦ ତାରିଖରେ ଅଭିଯୁକ୍ତ ନାବାଳକକୁ ଏସଆଇଟି ଗିରଫ କରିଥିବା ବେଳେ, ୨୧ ତାରିଖରେ ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରିଥିଲା। ପରେ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅଭିଯୁକ୍ତ ସରୋଜର ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଥିଲା ଏସଆଇଟି। କିନ୍ତୁ ଅଭିଯୁକ୍ତ ସରୋଜ ଅରାଜି ହୋଇଥିଲା।

Comments are closed.