Odisha Link
Bridging the Missing Links in Odisha

ସକାଳ ୯ରୁ ଅପରାହ୍ନ ୫ ଯାଏଁ ଟିକାକରଣ

ଭୁବନେଶ୍ବର: ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ। ରାଜ୍ୟରେ ମଧ୍ୟ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଥମେ ରାଜ୍ୟର ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଟିକାକରଣ ପାଇଁ ଏସ୍‌ସିବି ଭେଷଜ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୧୬୦ଟି କେନ୍ଦ୍ରରେ ଟିକା ଦିଆଯିବା ବ୍ୟବସ୍ଥା କରାଯାଇଛି।

ସରକାରୀ ଓ ବେସରକାରୀ ସ୍ତରରେ ୧୬୦ଟି ସ୍ଥାନରେ ଟିକାକରଣ ହେବ। କମ୍ ହିତାଧିକାରୀ ହେଲେ ୨/୩ଟି କେନ୍ଦ୍ର ପାଇଁ ଗୋଟିଏ କେନ୍ଦ୍ର ହେବ। ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କୁ ଟିକା ଦିଆଯିବ। ପ୍ରଥମ ଡୋଜ୍‌ ନେବାର କିଛି ଦିନରେ ପଜିଟିଭ୍‌ ଆସିଲେ, ୨ୟ ଡୋଜ୍‌ ନେବେନି। ୨୮ ଦିନ ପରେ ୨ୟ ଡୋଜ୍‌ ନ ନେଇ ସୁସ୍ଥ ହେବା ଯାଏଁ ଅପେକ୍ଷା କରିବେ।

ଦୈନିକ ସକାଳ ୯ରୁ ଅପରାହ୍ନ ୫ ଯାଏଁ ଟିକା ଦିଆଯିବ। ଯାହାକୁ ଯେଉଁ ଦିନ ଡକାଯାଇଥିବ, ସେ ସେହି ଦିନ ହିଁ ଟିକା ନେଇପାରିବେ। ନିର୍ଦ୍ଦିଷ୍ଟ ଦିନ ଟିକା ନେବାକୁ ନ ଆସିଲେ ସିଡିଏମୋଙ୍କ ସହ ଯୋଗାଯୋଗ କରିବେ। ସେମାନଙ୍କ ପାଇଁ ଅନ୍ୟଦିନ ଧାର୍ଯ୍ୟ ହେବ। ପଞ୍ଜୀକରଣ କରିଥିବା ପରିଚୟପତ୍ର ବ୍ୟବହାର କରିବା ଜରୁରୀ। ନିର୍ଦ୍ଧାରିତ ତାରିଖରେ ହିତାଧିକାରୀ ନଆସିଲେ ପରେ ଟିକା ଦେବା ଅସମ୍ଭବ ହୋଇପଡିବ।

Comments are closed.