Odisha Link
Bridging the Missing Links in Odisha

ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ପରଲୋକ

କଟକ: ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ପରଲୋକ। ଆଜି ଏସସିବି ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡ଼ି. ପ୍ରକାଶ। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଆଜି ଅପରାହ୍ନ ୪.୧୫ରେ ତାଙ୍କର ପରଲୋକ ହୋଇଛି। ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। କରୋନାଆକ୍ରାନ୍ତ ହୋଇ ସେ ୨୦ ଦିନ ହେଲା ମେଡିକାଲରେ ଥିଲେ।

ଡ଼ି. ପ୍ରକାଶ ରାଓ କଟକର ଜଣେ ସାଧାରଣ ଚା ଦୋକାନୀ ଭାବରେ ସେ ଲୋକଲୋଚନକୁ ଆସିଥିଲେ। ଚା ଦୋକାନକରୁ ମିଳୁଥିବା ଲାଭାଂଶରୁ ସେ ବସ୍ତି ପିଲାଙ୍କୁ ଶିକ୍ଷା ଯୋଗାଇ ଆସୁଥିଲେ। ଏଥିସହ ଗରିବ ବସ୍ତି ପିଲାଙ୍କ ପାଇଁ ସେ ସ୍କୁଲ୍‌ ପ୍ରତିଷ୍ଠା କରିଥିଲେ। ଡ଼ି. ପ୍ରକାଶ ରାଓ ଜରେ ସ୍ବେଚ୍ଛାସେବୀ ଥିଲେ। ସେ ୨୦୦ରୁ ଅଥିକ ଥର ରକ୍ତଦାନ କରିଥିଲେ।

ଡ଼ି. ପ୍ରକାଶ ରାଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଶେଶୀ ଲାଲଙ୍କ ସହ ବହୁ ବରିଷ୍ଠ ରାଜନେତା ଗଭୀର ସମବେଦନା ଜଣାଇଛନ୍ତି।

Comments are closed.