Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୟାଗଡ଼: ନୟାଗଡ଼ ଯଦୁପୁରୁ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନ୍ୟାୟ ପାଇଁ ସୁୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ନାବାଳିକାଙ୍କ ମାଆ ଆଜି ନ୍ୟାୟ ପାଇଁ ସୁୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ SIT କରୁଥିବା ବେଳେ। ଘଟଣାର ସିବିଆଇ ତଦନ୍ତ ଦାବିରେ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରୀଙ୍କ ମାଆ। ପରୀ ହତ୍ୟା ମାମଲାକୁ ବିଚାର ପାଇଁ ଗ୍ରହଣ କରି ନୋଟିସ କରିଛନ୍ତି ସୁୁପ୍ରିମକୋର୍ଟ। ରାଜ୍ୟ ସରକାର ଏବଂ ସିବିଆଇକୁ ନୋଟିସ କରିଛନ୍ତି ସୁୁପ୍ରିମକୋର୍ଟ।

ଅନ୍ୟପଟେ ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହୋଇଛି। ଜୁଭେନାଇଲ ଜଷ୍ଟିସ ବୋର୍ଡରେ ବ୍ରେନ ମ୍ୟାପିଂ ପାଇଁ ମନା କରିଛି ଅଭିଯୁକ୍ତ। ଫଳରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ବ୍ରେନ୍‌ ମ୍ୟାପିଂ ଆବେଦନକୁ ଖାରଜ କରିଛନ୍ତି। ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା ନାବାଳକ ଅଭିଯୁକ୍ତ। ଗତ ୮ ତାରିଖରେ ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି।

ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ନୟାଗଡ଼ ଯଦୁପୁରୁ ଗାଁରେ ଦାଣ୍ଡରେ ଖେଳୁଥିବା ସମୟରେ ନାବାଳିକା ପରୀ ନିଖୋଜ ହୋଇ ଯାଇଥିଲା। ଥାନାରେ ଅଭିଯୋଗ ପରେ ମଧ୍ୟ ନାବଳିକାର ଅନୁସନ୍ଧାନ ମିଳିନଥିଲା। ନିଖୋଜ ହେବାର ୧୦ ଦିନ ପରେ ନିକଟସ୍ଥ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ଝିଅକୁ ହରାଇ ଭାଙ୍ଗିପଡ଼ିଥିବା ବାପାମା’ ନ୍ୟାୟ ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ। ତେବେ ଝିଅକୁ ନ୍ୟାୟ ନମିଳିବା ପରେ ବାପା- ମା’ ବିଧାନସଭାରେ ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ପରେ କ୍ରାଇମବ୍ରାଞ୍ଚ SIT ଏହି ମାମଲାର ତଦନ୍ତ କରୁଛି।

Comments are closed.