ପୁଣି କିଡନୀ ନାଁରେ ୧୮ ଲକ୍ଷ ଟଙ୍କା ଠକେଇ
ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ଆଉ ଏକ କିଡନୀ ଠକେଇ ମାମଲା। କିଡନୀ ନାଁରେ ୧୮ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଜଣେ ବ୍ୟକ୍ତି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। କିଡନୀ ରାକେଟର କିଙ୍ଗପିନ ହିମାଂଶୁ ଭୂଷଣ ନନ୍ଦଙ୍କ ନାମରେ ଏଭଳି ଅଭିଯୋଗ ଆସିଛି। କିଡନୀ ଠକେଇ ଅଭିଯୋଗରେ ହିମାଂଶୁ ଗିରଫ ହୋଇ ଜେଲରେ ଅଛନ୍ତି।
ସୂଚନାଯୋଗ୍ୟ, ହିମାଂଶୁ ଧନୀ ଶ୍ରେଣୀୟ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ। ଲୁଚାଛପାରେ ବେଆଇନ୍ ଭାବେ କିଡନୀ ଦେବାକୁ ପ୍ରତିଶ୍ରୁତି ଦେଉଥିଲେ। ଲୋକଙ୍କ ଠାରୁ ଲାକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ଠକେଇ ଟଙ୍କାରେ ହିମାଂଶୁ ଅଏସ୍ କରୁଥିଲେ।
Comments are closed.