Odisha Link
Bridging the Missing Links in Odisha

ରାଜଧାନୀ ରାଜରାସ୍ତାରେ ଜଳିଗଲା କାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ରାସ୍ତାରେ ଅଚାନକ କାର ଜଳିଯିବା ଦେଖିବାକୁ ମିଳିଛି। ସିଆର୍‌ପି ଛକ ଓଭରବ୍ରିଜ୍‌ ଉପରେ କୗେଣସି କାରଣବଶତଃ ହୁତୁହୁତୁ ହୋଇ କାରଟି‌ ଜଳି ଯାଇଛି। ହଠାତ୍‌ କାରରେ ନିଆଁ ଲାଗିଯିବାରୁ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଥିଲା। ତେବେ କାରରେ କିଭଳି ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ କାର୍‌ ଡ୍ରାଇଭର ଓ ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।

Comments are closed.