Odisha Link
Bridging the Missing Links in Odisha

କାଲିଠୁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆସନ୍ତା କାଲିଠୁ କୁମ୍ଭୀର ଗଣନା ପାଇଁ କେନ୍ଦ୍ରାପଡ଼ାରେ ଥିବା ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ବନ୍ଦ ରହିବ। ଭିତରକନିକାରେ ଜାନୁଆରୀ ୧୫ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୯ ଦିନ ଧରି କୁମ୍ଭୀରଙ୍କର ଗଣନା କରାଯିବ।

ଏହି ସମୟରେ ନଦୀ, ନାଳ, ଜଳାଶୟ ଭିତରେ ଥିବା କୁମ୍ଭୀରମାନଙ୍କ ଗଣନା କରାଯିବ। ପର୍ଯ୍ୟଟକମାନେ ବୋଟରେ ଯିବା ଆସିବା କରିବା ଦ୍ବାରା ଭିତରକନିକାରେ କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଏହି ସମୟରେ ବୋଟ୍ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ପ୍ରତ୍ୟେକ ବର୍ଷ ଗଣନା ସମୟରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଅନଲାଇନ ବୁକିଂ ମଧ୍ୟ ବ୍ଲକ୍ କରାଯାଏ। ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.