Odisha Link
Bridging the Missing Links in Odisha

ପୁରୀରୁ ଯୋଧପୁର ଓ ଆଜମେର୍‌କୁ ଗଡ଼ିବ ଦୁଇଟି ସ୍ୱତନ୍ତ୍ର ରେଳ

ଭୁବନେଶ୍ୱର: ଯୋଧପୁର ଓ ଆଜମେର୍ ବାସୀଙ୍କ ପାଇଁ ଖୁସି ଖବର। ପୁରୀରୁ ଯୋଧପୁର ଏବଂ ପୁରୀରୁ ଆଜମେର୍‌ ମଧ୍ୟରେ ଗଡ଼ିବ ଦୁଇଟି ସ୍ୱତନ୍ତ୍ର ରେଳ। ଏହା ରେଳବାଇ ପକ୍ଷରୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

‘ପୁରୀ-ଯୋଧପୁର-ପୁରୀ’ ଜାନୁଆରି ୨୦ ତାରିଖ ଠାରୁ ପ୍ରତି ବୁଧବାର ଅପରାହ୍ଣ ୪.୦୫ରୁ ରେଳ ଯାତ୍ରା ଆରମ୍ଭ କରିବ। ସେହିଭଳି ଜାନୁଆରି ୨୩ ତାରିଖ ଅପରାହ୍ଣ ୨ଟା ୧୫ରୁ ପ୍ରତି ଶନିବାର ଦିନ ଏହି ସ୍ୱତନ୍ତ୍ର ରେଳ ଯୋଧପୁରରୁ ପୁରୀ ଅଭିମୁଖେ ଆସିବ। ଏବଂ ‘ପୁରୀ-ଆଜମେର-ପୁରୀ’ ଜାନୁଆରି ୨୧ ତାରିଖ ଠାରୁ ପ୍ରତି ସୋମବାର ଓ ଗୁରୁବାର ରାତି ୧୧.୦୫ରୁ ଯାତ୍ରା ଆରମ୍ଭ କରିବ।

ପୁରୀ-ଯୋଧପୁର-ପୁରୀ ଯାତାୟାତ କରୁଥିବା ଟ୍ରେନଟି ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍‌, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡ଼ା ରୋଡ୍‌ ସମେତ ରାୟଗଡ଼, ବିଳାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଁଓ, ଗୋନ୍ଦିଆ, ନାଗପୁର, ହବିବଗଞ୍ଜ, ଭୋପାଳ, ଉଜ୍ଜୟିନୀ, ଜୟପୁରରେ ଆଦି ଷ୍ଟେସନରେ ଅଟକିବ।

Comments are closed.