Odisha Link
Bridging the Missing Links in Odisha

୧୫ ହଜାର ସ୍ୱାସ୍ଥ୍ୟ କର୍ମୀ ନେବେନି ଟିକା

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି। ଟିକାକରଣ ପାଇଁ ରାଜ୍ୟରେ ଦୁଇଟି କରୋନା ଟିକା ଭୋଭିସିଲ୍ଡ ଓ କୋଭାକ୍ସିନ ମଧ୍ୟ ପହଞ୍ଚି ସାରିଛି। ତେବେ ରାଜ୍ୟର ୧୫ ହଜାର ସ୍ୱାସ୍ଥ୍ୟ କର୍ମୀ କରୋନା ଟିକା ନନେବାକୁ ଘୋଷଣା କରିଛନ୍ତି। ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି।

ସେମାନେ କହିଛନ୍ତି ଯେ, କଳାବ୍ୟାଜ ପିନ୍ଧି ଟିକାକରଣ କାର୍ଯ୍ୟରେ ସାମିଲ ହେବେ, କିନ୍ତୁ ଟିକା ନେବେ ନାହିଁ। କ୍ୟାଡର ରୁଲର ପୁନର୍ଗଠନ ଓ ପଦବୀ ପରିଦର୍ଶନ ଦାବିରେ ସ୍ୱାସ୍ଥ୍ୟକର୍ମୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ସରକାର ଦାବି ନଶୁଣିଲେ ଫେବୃଆରୀ ପ୍ରଥମରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ପଞ୍ଜୀକୃତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ନେବା ପାଇଁ ଏସଏମଏସ ଯିବ। ରାଜ୍ୟରେ ଟିକାକରଣ ନେଇ ସୂଚନା ଦେବା ଅବସରରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହା କହିଛନ୍ତି। ସେ କହିଛନ୍ତି ଯେ, କେଉଁଠି ଓ କେତେବେଳେ ଟିକା ନେବେ ସେ ନେଇ ଏସଏମଏସରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସୂଚନା ଦିଆଯିବ।

Comments are closed.