Odisha Link
Bridging the Missing Links in Odisha

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା, ଚୂଡ଼ାନ୍ତ ରିପୋର୍ଟକୁ ନାପସନ୍ଦ

କୋରାପୁଟ: ଜିଲ୍ଲା ଜଜ କୋର୍ଟରେ କୁନ୍ଦୁଲି ମାମଲାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି ପୁଲିସ। ତେବେ ପୀଡ଼ୀତାଙ୍କ ପରିବାର ଲୋକ ପୁଲିସର ଚୂଡ଼ାନ୍ତ ରିପୋର୍ଟକୁ ନାପସନ୍ଦ କରିଛନ୍ତି। ଆମକୁ ଆଇନଗତ ସହାୟତା ଓ ନ୍ୟାୟ ଦିଆଯାଉ ବୋଲି ପୀଡ଼ିତାଙ୍କ ଖୁଡ଼ି କହିଛନ୍ତି। ପୁଲିସ ଠିକଭାବେ ତଦନ୍ତ ନକରି ରିପୋର୍ଟ ଦେଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏଥିସହ ନିର୍ଭୟା ପୀଡ଼ୀତାଙ୍କ ଓକିଲ ଏହି ମାମଲା ଲଢନ୍ତୁ ବୋଲି ପୀଡ଼ିତାଙ୍କ ଖୁଡ଼ି ଦାବି କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ମୂଷାଗୁଡ଼ାର ଜଣେ ନବମ ଶ୍ରେଣୀର ଛାତ୍ରୀ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ। ସେଠାରୁ ସେ କାମ ସାରି ଫେରୁଥିବା ବେଳେ ଖାନ୍ଦା ଘାଟିର ୪ଜଣ ଯବାନ ତାଙ୍କୁ ଗଣବଳାତ୍କାର କରିଥିଲେ। କୁନ୍ଦୁଲି ପୀଡ଼ିତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା। ତାଙ୍କୁ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କ ବୟାନ ରେକର୍ଡ଼ କରାଯାଇଥିଲା।

ମାତ୍ର ନ୍ୟାୟ ନ ପାଇ ସେ ୨୦୧୮ ଜାନୁଆରୀରେ ଓ ଆତ୍ମହତ୍ୟା କରିଥିଲେ। ତେବେ ଏହି ମାମଲାର ତଦନ୍ତ ପାଇଁ ହାଇକୋର୍ଟ ଏସଆଇଟି ଗଠନ କରିଥିଲେ। ୩ଜଣ ରେଞ୍ଜର ଓ ୩ ଜଣ ଡିଆଜିଙ୍କୁ ନେଇ ଏସଆଇଟି ଗଠନ କରାଯାଇଥିଲା।

Comments are closed.