Odisha Link
Bridging the Missing Links in Odisha

ଭୋକର ଭୂଗୋଳ ଆଜି ଭାତହାଣ୍ଡି ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କଳାହାଣ୍ଡି ଗସ୍ତରେ ଯାଇ ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳପୁର ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି। ଜୟ ମା’ ମାଣିକେଶ୍ୱରୀ କହି ନିଜର ସମ୍ବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଉଦବୋଧନ ଦେଇ କହିଥିଲେ ଯେ, କଳାହାଣ୍ଡି ଆଜି କୃଷି କ୍ଷେତ୍ରରେ ଆଗୁଆ ରହିଛି। ଭୋକର ଭୂଗୋଳ ଆଜି ଭାତହାଣ୍ଡି ହୋଇଛି। ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଶିଶୁ ଓ ମାଆଙ୍କ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାଛଡ଼ା କଳହାଣ୍ଡିରେ ମୁ୍ୟଜିୟମ ଓ ପାର୍କ ନିର୍ମାଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଉକ୍ତ ମୁ୍ୟଜିୟମରେ ମା’ ଇନ୍ଦ୍ରାବତୀଙ୍କ ମନ୍ଦିର ବି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁଠୁ ବଡ଼ କଥା ହେଲା ଯେ, ଇନ୍ଦ୍ରାବତୀର ଟୋପାଏ ଜଳକୁ ନଷ୍ଟ ହେବାକୁ ଦିଅନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି କଳାହାଣ୍ଡି ଜୟପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି । କରୋନା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗଦେଇଛନ୍ତି। ମକର ସଂକ୍ରାନ୍ତିରେ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାକୁ ୨୦୮୫ କୋଟି ଟଙ୍କାର ଭେଟି ଦେଇଛନ୍ତି । ୧୦୬୪ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ୫୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

Comments are closed.