Odisha Link
Bridging the Missing Links in Odisha

ମକର ବୁଡ଼କୁ ଯାଇ ଗଣଦୁଷ୍କର୍ମ ଶିକାର

ବାରିପଦା: ମକର ବୁଡ଼ ପକାଇବାକୁ ଯିବା ବେଳେ ଗଣଦୁଷ୍କର୍ମର ଶିକାର। ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି। ଏନେଇ ଟାଉନଥାନାରେ ଏତଲା ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ମକର ବୁଡ଼ ପକାଇବାକୁ ଆଜି ଭୋରରୁ ଯୁବତୀ ଜଣକ ଘରୁ ବାହାରିଥିଲେ। ତେବେ ଏକୁଟିଆ ଯିବା ବେଳେ ସେହି ସାହିର ୨ ଜଣ ଯୁବକ ତାଙ୍କୁ ଉଠାଇ ନେଇଥିଲେ। ଉଠାଇ ନେବା ପରେ ୨ ଯୁବକ ଏକ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀ ଜଣକ ଟାଉନ ଥାନାରେ ଏତଲା ଦେଇଥିଲେ। ପରେ ପୁଲିସ ଅଭିଯୁକ୍ତ ୨ ଜଣଙ୍କୁ ଗିରଫ କରିଛି।

Comments are closed.