Odisha Link
Bridging the Missing Links in Odisha

ବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ

ବାଲେଶ୍ୱର : ବିଜେପିରେ ସାମିଲ ହୋଇଛନ୍ତି ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେଡ଼ି ଜିତିବା ପରେ ଜୀବନଙ୍କୁ ବହିଷ୍କାର କରାଯାଇଥିଲା। ବିଜେପିକୁ ଭୋଟ ଦେବା ନେଇ ତାଙ୍କର ଏକ ଅଡ଼ିଓ ଭାଇରାଲ ହୋଇଥିଲା। ଯାହାଫଳରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ ।

ଆଜି ଜୀବନ ପ୍ରଦୀପ ଦାସ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ପୁଣି ବିଜେପିକୁ ଫେରି ଆସିଛନ୍ତି। ୨୦୦୦ ମସିହାରେ ସେ ବିଜେପିରୁ ଟିକେଟ ପାଇ ବାଲେଶ୍ୱରରୁ ବାଜିମାତ କରିଥିଲେ। କିନ୍ତୁ ବିଜେପି ଓ ବିଜେଡ଼ି ମେଣ୍ଟ ଭାଙ୍ଗିବା ପରେ ସେ ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ। ୨୦୦୯ ଓ ୨୦୧୪ରେ ସେ ବିଜେଡ଼ିରୁ ବିଧାୟକ ହୋଇଥିଲେ।

Comments are closed.