Odisha Link
Bridging the Missing Links in Odisha

ଟିକା ପାଇଁ ଆଜି ଯିବ SMS

ଭୁବନେଶ୍ୱର: ଆସନ୍ତା ୧୬ରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ। ରାଜ୍ୟରେ ଦୁଇଟି କରୋନା ଟିକା ଭୋଭିସିଲ୍ଡ ଓ କୋଭାକ୍ସିନ ଆସି ପହଞ୍ଚି ସାରିଛି। ତେବେ ଟିକାକରଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ, ‘ଆଜି ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ SMS ଯିବ। କେଉଁଠି ଓ କେତେବେଳେ ଟିକା ନେବେ, ତାହା SMS ଜରିଆରେ ସୂଚନା ଦିଆଯିବ।

ଟିକା ପାଇଁ ୪୧ଟି ଡିପ୍ ଫିଜର ଆସି ପହଞ୍ଚିଛି, ଯାହାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ। ପ୍ରତ୍ୟେକ ଜିଲ୍ଲା, କୋଲ୍ଡ ଚେନ୍ ପଏଣ୍ଟରେ ଟିକା ପହଞ୍ଚିଯାଇଛି। ୧ ଡୋଜର ୪୨ ଓ ୨ୟ ଡୋଜର ୧୪ ଦିନ ପରେ ଆଣ୍ଟିବଡି ତିଆରି ହେବ। ତେଣୁ ପ୍ରଥମ ଡୋଜ୍ ପରେ କେହି ଆକ୍ରାନ୍ତ ହେଲେ ଦ୍ୱିତୀୟ ଡୋଜ୍ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Comments are closed.