Odisha Link
Bridging the Missing Links in Odisha

ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। କଳାହାଣ୍ଡି ଜୟପାଟଣା ବ୍ଲକ୍‌ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରି ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। କରୋନା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗଦେଇଛନ୍ତି।

କଳାହାଣ୍ଡି ବାସୀଙ୍କୁ ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୮୫ କୋଟି ଟଙ୍କାର ଭେଟି ଦେଇଛନ୍ତି। ୧୦୬୪ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ୫୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ୫୨ଟି ପ୍ରକଳ୍ପ ପାଇଁ ୧୦୨୦ କୋଟିରୁ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

୨୦୧୫ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗତ ବର୍ଷ ସେପ୍ଟେମ୍ବର ମାସରେ ଶେଷ ହୋଇଛି । ଏଥିରେ ୯୮୬ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହା ଜୟପାଟଣା, କୋକସରା ଓ ଧର୍ମଗଡ଼ର ୨୫୨୭୪ ଦଶମିକ ୯୪ ହେକ୍ଟର ଜମିକୁ ଜଳସେଚିତ କରିବ। ଏହା ଦ୍ବାର ୩୯ଟି ପଞ୍ଚାୟତ ୫୦ ହଜାର ୪୦୬ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ବାରା ୩୦ ଦଶମିକ ୫ ମିଟର ସ୍ଥାନକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଇପାରିବ।

କଳାହାଣ୍ଡି ଜିଲ୍ଲାର ସାଲେଭଟା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ଚମ୍ପାଦେଈପୁର ବୃହତ ଉଠାଜଳସେଚନ ପ୍ରକଳ୍ପ, ଗୋପୀନାଥପୁର ବୃହତ ଉଠା ଜଳସେଚନ ପ୍ରକଳ୍ପ, ଟେରାଙ୍ଗସିଲ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ସାନ୍ଦୁଲ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.