Odisha Link
Bridging the Missing Links in Odisha

ଡିଜିଟାଲାଇଜେସନ୍ ହେବ ଜେଲ୍

ଭୁବନେଶ୍ୱର: ଡିଜିଟାଲ ହେବ ରାଜ୍ୟର ଜେଲ୍ ବିଭାଗ। ଅଗ୍ନିଶମ ବିଭାଗ ପରେ ଏବେ ଜେଲ୍ ବିଭାଗ ମଧ୍ୟ ଡିଜିଟାଲାଇଜେସନ୍‌ ହେବ। ଜେଲ କାର୍ଯ୍ୟରେ ଟେକ୍ନୋଲୋଜି ବ୍ୟବହାରକୁ ନେଇ ଜେଲ ଡିଜି ଗୁରୁତ୍ୱ ଦେଇଛନ୍ତି। ଏଣିକି ୱେବସାଇଟ ଜରିଆରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ।

ୱେବସାଇଟରେ ବିଚାରଧୀନ କଏଦୀଙ୍କ ବିସ୍ତୃତ ବିବରଣୀ ଉପଲବ୍ଧ ହେବ। ଅନଲାଇନରେ ମୁଲାକାତ ଓ ପାରୋଲ ଆବେଦନ ହେବ। ଭୁବନେଶ୍ୱରର ଝାରପଡା ଜେଲରୁ ଏହି ଡିଜିଟାଲାଇଜେସନ ଆରମ୍ଭ ହେବ।

Comments are closed.