Odisha Link
Bridging the Missing Links in Odisha

୧୫ ଘଣ୍ଟା ହେଲା ପଡ଼ି ରହିଛି ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଟାଙ୍ଗରଗାଁ କଠର ପଡା ନିକଟରେ ୧୫ ଘଣ୍ଟା ହେଲା ରାସ୍ତାରେ ପଡିରହିଛି ୨ ମୃତଦେହ। ଗତକାଲି ବୋଲେରୋ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ପଡ଼ି ରହିଛି ମୃତଦେହ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ମୃତକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦାବିରେ ଉକ୍ତ ରାସ୍ତାରେ ଗୋରୁ ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ଏବଂ ଦୁର୍ଘଟଣା ଘଟାଇଥିବା ବୋଲେରୋ ଜବତ ସହ ଡ୍ରାଇଭରକୁ ଗିରଫ ଦାବିରେ ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି। ଗତକାଲିଠାରୁ ସବଡେ଼ଗା ବିଡ଼ିଓ, ତହସିଲଦାର ଏବଂ ପୁଲିସ୍‌ ପ୍ରଶାସନ ପହଞ୍ଚି ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ୪ଟା ପରେ ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଟାଙ୍ଗରଗାଁ କଠରପଡା ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଭ୍ୟାନ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଦୁଇ ଜଣ ତଳସରା ଥାନା ସାଗଯୋର ଅଞ୍ଚଳର। ଦୁର୍ଘଟଣା ଘଟାଇଥିବା ବୋଲେରୋ ଚାଳକ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଗୋରୁ ବୋଝେଇ ବୋଲେରୋକୁ ଅଟକ ରଖିଛନ୍ତି ଗାଁ ଲୋକେ।

Comments are closed.