୨୦ କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ

ଲମତାପୁଟ : ଜୟନ୍ତୀଗିରି ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ। ପୁଲିସ ପ୍ରାୟ ୨୦ ଏକର ଚାଷ ଜମି ନଷ୍ଟ କରିଛି। ଏହାର ମୂଲ୍ୟ ପ୍ରାୟ ୨୦ କୋଟିରୁ ଉର୍ଦ୍ଧ୍ବ ହେବ। ଲମତାପୁଟ, ନନ୍ଦପୁର କୋରାପୁଟ ପୋଲିସ, ଡିଭିଏଫ ଏବଂ ଅବକାରୀ ବିଭାଗ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।
ପୁଲିସ ଚଳିତ ବର୍ଷ ଅପରେସନ ଗ୍ରୀନ୍ କ୍ଲିନ୍ ପାଇଁ ଏକ ସ୍ଵତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ପ୍ରାୟ ୫୧୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିସାରିଲାଣି। ଯେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି ସେହି ଅଞ୍ଚଳରେ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୁଲିସ ଡ୍ରୋନ୍ ସାହାଯ୍ୟରେ ନଜର ରଖିବା ସହ ବମ୍ ସ୍କ୍ବାଡ୍ ଏବଂ ୪ ପ୍ଲାଟୁନ ପୁଲିସ ମୁତୟନ କରି କଡା ସୁରକ୍ଷାରେ ଗଞ୍ଜେଇ ଚାଷ ନଷ୍ଟ କରୁଛି। ପୁଲିସ କଡା ସୁରକ୍ଷା ନେବା ସହ ଏସଓପି ପାଳନ କରି ଅପରେସନ ଗ୍ରୀନ୍ କ୍ଲିନ୍ ଜାରି ରଖିଛି ।