ଭିଜିଲାନ୍ସ ଜାଲରେ ଜିଆରଏସ୍

ଉମରକୋଟ: ଭିଜିଲାନ୍ସ ଜାଲରେ ପଡ଼ିଛିନ୍ତି ଜିଆରଏସ୍ ହିମାଂଶୁ ବାଘ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼୍ ।ବର୍ତ୍ତମାନ ସୁଦ୍ଧା ୧୫ଲ ୮୩ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଉମରକୋଟର ଭଣ୍ଡାରୀଗୁଡା ଓ ସିଂସାରି ପଞ୍ଚାୟତ ଜିଆରଏସ୍ଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ।
ଏକାକାଳୀନ ଜିଆର୍ଏସ୍ ହିମାଂଶୁ ବାଘଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ସୁଦ୍ଧା ରେଡ୍ ନେଇ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ ।