ଏଥର ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ୨୬ରୁ ଜେଲରେ କଏଦୀ ଶିଖିବେ କମ୍ପ୍ୟୁଟର। ଭୁବନେଶ୍ବର ଝାରପଡ଼ା ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ। ୩୦ ଟି କମ୍ପ୍ୟୁଟରରେ ପାଠ ପଢିବେ ଅନ୍ତେବାସୀ। ଠିକ୍ ସେହିପରି ପାଠ ପଢିବା ପାଇଁ ଆରମ୍ଭ ହେବ ଇ ଲାଇବ୍ରେରୀ। ଏବେ ଜେଲରେ ରହି ୮୦ ଜଣ ଇଗ୍ନୋ ରେ ପାଠ ପଢୁଛନ୍ତି।
ଜେଲରେ ରହି ଯୁକ୍ତ ୨ , ଯୁକ୍ତ ୩ ଓ ପିଜି କରୁଛନ୍ତି କଏଦୀ। ବୈଷୟିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଖବରକାଗଜ ସହ ମହାପୁରୁଷଙ୍କ ଆତ୍ମଜୀବନୀ ପଢିବାକୁ ଦିଆଯାଉଛି। ଖୁବଶୀଘ୍ର ଜେଲରେ କ୍ଳାସ ବ୍ୟବସ୍ଥା କରାଯିବ। ଜେଲ ର ଶ୍ରେଣୀ ଗୃହରେ ପାଠପଢି ଉଚ୍ଚ ଶିକ୍ଷିତ ହେବେ କଏଦୀ।
ଜେଲ ମାନୁଆଲରେ ପରିବର୍ତ୍ତନ ପରେ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ଜେଲ ସୁପରିଟେଣ୍ଡେନ୍ତ ଡି.ଏନ. ବାରିକ କହିଛନ୍ତି। ପୂର୍ବରୁ ଝାରପଡା ଜେଲରେ ଅନ୍ତେବାସୀଙ୍କୁ ସ୍ବଚ୍ଛ ପାନୀୟ ଦେବାକୁ ହୋଇଥିଲା ବ୍ୟବସ୍ଥା।