Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ତାଲିକା, ସାଧାରଣତନ୍ତ୍ର ଦିବସରେ କେଉଁଠି କିଏ କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବା ତାଲିକା ପ୍ରକାଶ ପାଇଛି। ଜାଣନ୍ତୁ କେଉଁଠି କିଏ କରିବେ- ମନ୍ତ୍ରୀ ନିରଞ୍ଜନ ପୂଜାରି ଯିବେ କଟକ। ବିକ୍ରିମ କେଶରୀ ଆୁଖ ପୁରୀରେ କରିବେ ପତାକା ଉତ୍ତୋଳନ। ଅନୁଗୁଳରେ ପ୍ରଫୁଲ୍ଲ କୁମାର ମଲ୍ଲିକ କରିବେ ଫ୍ଲାଗ୍ ହୋଷ୍ଟିଂ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଳାହାଣ୍ଡିରେ କରିବେ ପତାକା ଉତ୍ତୋଳନ। ମନ୍ତ୍ରୀ ପଦ୍ମନାଭ ବେହେରା ଗଞ୍ଜାମ ଯାଇ ପାଳିବେ ସାଧାରଣତନ୍ତ୍ର ଦିବସ। ଆଇନ ମନ୍ତ୍ରୀ ପ୍ରତାପ ଜେନା ବାଲେଶ୍ୱରରେ କରିବେ ପତାକା ଉତ୍ତୋଳନ। ସେହିପରି ରାୟଗଡ଼ା ଯିବେ ଅରୁଣ ସାହୁ। ଏବଂ କନ୍ଧମାଳ ଯିବେ ସୁଦାମ ମାରାଣ୍ଡି। ମୟୂରଭଞ୍ଜରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ସୁଶାନ୍ତ ସିଂ। ବରଗଡ଼ ଗସ୍ତ କରିବେ ନବ କିଶୋର ଦାସ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସମ୍ବଲପୁରରେ କରିବେ ପତାକା ଉତ୍ତୋଳନ।

ନୟାଗଡ଼ରେ ଜଗନ୍ନାଥ ସାରକା, କେନ୍ଦୁଝରରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଯାଜପୁରରେ ଅଶୋକ ପଣ୍ଡା, ବଲାଙ୍ଗୀରରେ ସମୀର ଦାସ, ସୁନ୍ଦରଗଡ଼ରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ରଘୁନାଥ ଦାସ, କରିବେ ପତାକା ଉତ୍ତୋଳନ। ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯିବେ ଗଜପତିରେ ପତାକା ଉତ୍ତୋଳନ କରିବାକୁ। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରିରେ ପତାକା ଉତ୍ତୋଳନ କରିବେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କେନ୍ଦୁଝର ଡିଏନ ହାଇସ୍କୁଲରେ କରିବେ ପତାକା ଉତ୍ତୋଳନ।

Comments are closed.