Odisha Link
Bridging the Missing Links in Odisha

ଜବତ ହେଲା ୧୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହୋଇଥିବା ଜଣାପଡ଼ିଛି। ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଓ ଷ୍ଟେସନ ବଜାରରୁ ଏହି ଜର୍ଦ୍ଦା ଜବତ ହୋଇଛି।

ଜବତ ନକଲି ଜର୍ଦ୍ଦାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏସଟିଏଫ ଟିମ ୨ ଜଣଙ୍କ ଠାରୁ ୨ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ। ଘଟଣାର ତଦନ୍ତ ଜାରି ରହିଛି।

Comments are closed.