Odisha Link
Bridging the Missing Links in Odisha

ଦାଦା କାଟିଲେ ଝିଆରୀ ତଣ୍ଟି

ଭୁବନେଶ୍ବର: ଘରୋଇ କଳିକୁ କେନ୍ଦ୍ର କରି ଏକ ଅମାନୁଷିକ କାଣ୍ଡ ଘଟିଛି। ଝିଆରୀର ତଣ୍ଟି କାଟି ଦେଲେ ଦାଦା ଅଭିଯୁକ୍ତ ଦାଦା। ଛୁରୀରେ ନାବାଳିକା ଝିଆରୀକୁ ଆକ୍ରମଣ କରିଥିଲା। ତଣ୍ଟି ଓ ପେଟରେ ସେ ଛୁରାମାଡ଼ କରିଥିଲା। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପରିବାର ଲୋକେ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତି କରାଇଛନ୍ତି। ଘଟଣା ସ୍ଥଳରେ ବୁଗୁଡ଼ା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ଅଭିଯୁକ୍ତ ଦାଦା ଧର୍ନୁଧର ନାୟକକୁ ଅଟକ ରଖି ପଚରା ଉଚରା କରୁଛି।

ବଣପଲ୍ଲୀ ଗାଁର ଧର୍ନୁଧର ନାୟକ ଓ ତାଙ୍କ ଭାଇଙ୍କ ମଧ୍ୟରେ ବିବାଦ ଥିଲା। ଆଜି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେହି ସମୟରେ ସେଠି ପହଞ୍ଚିଥିଲେ ଏହି ନାବାଳିକା। ଆଉ ଉତ୍‌କ୍ଷିପ୍ତ ଧର୍ନୁଧର ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

Comments are closed.