Odisha Link
Bridging the Missing Links in Odisha

ଏଥର ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ୨୬ରୁ ଜେଲରେ କଏଦୀ ଶିଖିବେ କମ୍ପ୍ୟୁଟର। ଭୁବନେଶ୍ବର ଝାରପଡ଼ା ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ। ୩୦ ଟି କମ୍ପ୍ୟୁଟରରେ ପାଠ ପଢିବେ ଅନ୍ତେବାସୀ। ଠିକ୍‌ ସେହିପରି ପାଠ ପଢିବା ପାଇଁ ଆରମ୍ଭ ହେବ ଇ ଲାଇବ୍ରେରୀ। ଏବେ ଜେଲରେ ରହି ୮୦ ଜଣ ଇଗ୍ନୋ ରେ ପାଠ ପଢୁଛନ୍ତି।

ଜେଲରେ ରହି ଯୁକ୍ତ ୨ , ଯୁକ୍ତ ୩ ଓ ପିଜି କରୁଛନ୍ତି କଏଦୀ। ବୈଷୟିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଖବରକାଗଜ ସହ ମହାପୁରୁଷଙ୍କ ଆତ୍ମଜୀବନୀ ପଢିବାକୁ ଦିଆଯାଉଛି। ଖୁବଶୀଘ୍ର ଜେଲରେ କ୍ଳାସ ବ୍ୟବସ୍ଥା କରାଯିବ। ଜେଲ ର ଶ୍ରେଣୀ ଗୃହରେ ପାଠପଢି ଉଚ୍ଚ ଶିକ୍ଷିତ ହେବେ କଏଦୀ।

ଜେଲ ମାନୁଆଲରେ ପରିବର୍ତ୍ତନ ପରେ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ଜେଲ ସୁପରିଟେଣ୍ଡେନ୍ତ ଡି.ଏନ. ବାରିକ କହିଛନ୍ତି। ପୂର୍ବରୁ ଝାରପଡା ଜେଲରେ ଅନ୍ତେବାସୀଙ୍କୁ ସ୍ବଚ୍ଛ ପାନୀୟ ଦେବାକୁ ହୋଇଥିଲା ବ୍ୟବସ୍ଥା।

Comments are closed.