Odisha Link
Bridging the Missing Links in Odisha

ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ଯବାନ

ସିକିମ୍: ପୁଣି ମୁହାଁମୁହିଁ ହେଲେ ଭାରତ ଚୀନ ସେନା। ସିକିମ୍‌ ସୀମା ନାକୁ ଲା’ରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକଚୁଆଲ କନଟ୍ରୋଲ(ଏଲଏସି) ରେ ବିବାଦୀୟ ସ୍ଥିତି ଭିତରେ ସିକ୍କିମରେ ଭାରତ ଓ ଚୀନ୍ ଭିତରେ ପୁଣି ଆଜି ସଂଘର୍ଷ। ମୁହାଁମୁହିଁ ବେଳେ ଚୀନର ୨୦ ସୈନିକ ଆହତ ହୋଇଥିବା ବେଳେ, ଭାରତର ୪ ଜଣ ଯବାନ ଆହତ ହୋଇଛନ୍ତି।

୩ ଦିନ ତ​‌ଳେ ସିକ୍କିମର ନାକୁଲାରେ ଚୀନ୍ ସୈନିକ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାର ଚେଷ୍ଟା କରୁଥିଲେ। ଏହି ସମୟରେ ଭାରତୀୟ ସୈନିକମାନେ ଚୀନର ସୈନିକଙ୍କୁ ରୋକିବା ସମୟରେ ପରସ୍ପର ଭିତରେ ସଂଘର୍ଷ ସୃଷ୍ଟି ହୋଇଥିଲା।

ଭାରତ ଓ ଚୀନ ସୈନିକଙ୍କ ଭିତରେ ସଂଘର୍ଷ ବେଳେ ୪ ଜଣ ଭାରତୀୟ ଓ ୨୦ ଜଣ ଚୀନ୍ ଯବାନ ଆହତ ହୋଇଛନ୍ତି। ଏପର୍ଯ୍ୟନ୍ତ ସ୍ଥିତି ଖୁବ୍ ଚିନ୍ତାଜନକ ରହିଛି, କିନ୍ତୁ ସ୍ଥିର ଅଛି। ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତ ସହିତ ସମସ୍ତ ପଏଣ୍ଟରେ ପାଣିପାଗର ସ୍ଥିତି ଖୁବ୍ ଖରାପ ହେବାପରେ ମଧ୍ୟ କଡା ସତର୍କତା ଅବଲମ୍ବନ କରାଯାଇଛି।

Comments are closed.