Odisha Link
Bridging the Missing Links in Odisha

ସାଲିଆ ସାହିରୁ ୫୦୦ ଲିଟରରୁ ଦେଶୀ ମଦ ଜବତ

ଭୁବନେଶ୍ବର: ଭୁବନେଶ୍ବର ସାଲିଆ ସାହିରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଆଜି ୫୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମଦ ପୋଚ ମଧ୍ୟ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ବର ସ୍ଥିତ ସାଲିଆ ସାହିରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା। ଅଭିଯୋଗ ପାଇବା ପରେ ଭୁବନେଶ୍ବର ଓ କଟକ ଅବକାରୀ ବିଭାଗ ଓ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ମିଳିତ ଭାବେ ଚଢାଉ କରିଥିଲା। ଚଢାଉବେଳେ ୫୦୦ ଲିଟରରୁ ଅଧିକ ମଦ ଜବତ କରିଛି ଅବକାରୀ ବିଭାଗ। ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

Comments are closed.