Odisha Link
Bridging the Missing Links in Odisha

କନ୍ନଡ଼ ଅଭିନେତ୍ରୀ ଜୟଶ୍ରୀ ରମୈୟାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: କନ୍ନଡ଼ ଅଭିନେତ୍ରୀ ଜୟଶ୍ରୀ ରମୈୟାଙ୍କ ମୃତ ଦେହ ଉଦ୍ଧାର। କନ୍ନଡ଼ ସିନେମା ଜଗତରେ ଶୋକର ଶାୟା ଖେଳି ଯାଇଛି। ସେ କନ୍ନଡ଼ ବିଗବସ ସିଜନ-୩ର ପ୍ରତି‌‌ଯୋଗୀ ଥିଲେ।

ପ୍ରକାଶ ଅନୁଯାୟୀ, ଜାନୁଆରି ୨୫ ଅର୍ଥାତ ସୋମବାର ଦ୍ବିପହରରେ ଜୟଶ୍ରୀଙ୍କ ମୃତଦେହ ବେଙ୍ଗାଲୁରୁର ଉଦ୍ଧାର ହୋଇଛି। ତେବେ ଜୟଶ୍ରୀ କିଛିଦିନ ହେବ ଚିନ୍ତାରେ ରହୁଥିବା ତାଙ୍କର କିଛି ପାଖଲୋକ କହିଛନ୍ତି। ଏନେଇ ‌ତାଙ୍କର ଚିକିତ୍ସା ବେଙ୍ଗାଲୁରୁରେ ଚାଲୁଥିଲା।ଜୟଶ୍ରୀଙ୍କ ମୃତ୍ୟୁ ସମଗ୍ର କନ୍ନଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ‌ଖେଳାଇ ଦେଇଛି।

ଗତବର୍ଷ ଜୟଶ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥି‌ଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।ଏହି ପୋଷ୍ଟରେ ଜୟଶ୍ରୀ କହିଥି‌ଲେ କି, ‘ସେ ଡିପ୍ରେସନର ଶିକାର ହୋଇଛନ୍ତି। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି। ଏଥିସହିତ ‌ଜ‌ୟଶ୍ରୀ ତାଙ୍କ ଟୁଇଟରରେ ଲେଖିଥିଲେ, ମୁଁ ବଦାୟ ନେଉଛି! ଗୁଡ ବାଏ ବିଶ୍ବ ଏବଂ ଡିପ୍ରେସନ।’

ଏହି ପୋଷ୍ଟ ଦେଖି ତାଙ୍କ ଶୁଭଚିନ୍ତକ ଓ ପ୍ରଶଂସକ ଚିନ୍ତାରେ ପଡ଼ି ଯାଇଥିଲେ। ଏହାର କିଛିଦିନ ପରେ ସେ ଆଉ ଏକ ପୋଷ୍ଟ କରି ଲେଖିଥିଲେ, ‘ ମୁଁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।’ ଏହାପୂର୍ବରୁ ୨୦୨୦ ଜୁଲାଇ ୨୫ ତାରିଖରେ ଜୟଶ୍ରୀ ସୋସିଆଲ ମିଡିଆରେ ଲାଇଭ ଆସି କହିଥିଲେ କି, ‘ମୁଁ ଏସବୁ ପବ୍ଲିସିଟି ପାଇଁ କରୁ ନାହିଁ। ମୁଁ କେବଳ ମୋର ମୃତ୍ୟୁ ଚାହୁଁଛି। କାରଣ ମୁଁ ଆଉ ଡିପ୍ରେସନକୁ ସହ୍ୟ କରି ପାରୁନାହିଁ।’

Comments are closed.