Odisha Link
Bridging the Missing Links in Odisha

ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ: ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍‌ ୧୦ ଯାଏ ଚାଲିବ। ଏହା ପୂର୍ବରୁୁ ୧ ମାର୍ଚ୍ଚରୁ ଆରମ୍ଭ ହେବ ପ୍ରାକ୍ଟିକାଲ୍‌ ପରୀକ୍ଷା। ଏଥିପାଇଁ ପରୀକ୍ଷା ସୂଚୀ (ଡେଟସିଟ୍‌) ଫେବୃଆରୀ ୨ରେ ପ୍ରକାଶ ପାଇବ। ପରୀକ୍ଷା ରେଜଲ୍ଟ ୧୫ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି।

ଏଥିସହିତ ସିବିଏସ୍‌ଇ ବୋର୍ଡ ପରୀକ୍ଷା ପାଇଁ ସୂଚୀ ଫେବୃଆରୀ ୨ରେ ପ୍ରକାଶ ପାଇବାକୁ ଥିବା ବେଳେ ସିବିଏସଇ ବିଦ୍ୟାର୍ଥୀଙ୍କ ୪୫ ବର୍ଷର ରେକର୍ଡକୁ ଡିଜିଟାଲାଇଜ୍‌ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସିବିଏସ୍‌ଇ ସମେତ ଦେଶର ଅନ୍ୟ ବୋର୍ଡ ନୂଆ ଶିକ୍ଷା ନୀତି ଲାଗୁ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସିବିଏସ୍‌ଇ ବୋର୍ଡ ଏହି ଦିଗରେ ପ୍ରେରଣାଦାୟୀ ସାବ୍ୟସ୍ତ ହେବ। ନୂଆ ଶିକ୍ଷା ନୀତି ଜରିଆରେ ହେବାକୁ ଥିବା ସୁଧାର ଏହି ବୋର୍ଡରୁ ଅନ୍ୟ ଆଡ଼କୁ ଯିବ ବୋଲି ରମେଶ ପୋଖରିଆଲ କହିଛନ୍ତି।

ଶିକ୍ଷା ମନ୍ତ୍ରୀ ଓ୍ବେବିନାର ଜରିଆରେ ଏକ ହଜାରରୁ ଅଧିକ ସ୍କୁଲର ମୁଖ୍ୟଙ୍କ ସହ ୨୦୨୧-୨୨ ପାଠ୍ୟକ୍ରମ ଓ ସ୍କୁଲ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି।