Odisha Link
Bridging the Missing Links in Odisha

ପୁଣି ଗାଙ୍ଗୁଲିଙ୍କ କରାଗଲା ଆଞ୍ଜିଓପ୍ଲାଷ୍ଟି

କୋଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ପୁଣିଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଏଥିସହିତ ହୃତପିଣ୍ଡରେ ଥିବା ବ୍ଲକେଜ ପାଇଁ ୨ଟି ଷ୍ଟେଣ୍ଟ ଧମନୀରେ ଲଗାଯାଇଥିବା ଜଣାପଡ଼ିଛି। ଏନେଇ କୋଲାକାତା ଆପୋଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ଗୋଟିଏ ମାସରେ ଦ୍ବତୀୟଥର ପାଇଁ ମେଡିକାଲରେ ଆଡମିଟ୍‌ ହୋଇଛନ୍ତି ଦାଦା। ଗତକାଲି ସୌରଭଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ାବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜାନୁଆରୀ ୩ ତାରିଖରେ ହୃଦଘାତରେ ଶିକାର ହୋଇଥିବା ଗାଙ୍ଗୁଲିଙ୍କର ସମସ୍ତ ପ୍ରକାରର ଚିକିତ୍ସା କରାଯିବା ପରେ ଆଜି ଆଉ ଥରେ ଆଞ୍ଜିଓପାଷ୍ଟି କରାଯାଇଛି।

ସୂଚନାଯୋଗ୍ୟ, ଜାନୁଆରି ୩ ତାରିଖରେ ବେହେଲାସ୍ଥିତ ବାସଭବନରେ ବ୍ୟାୟାମ ଅଧିବେଶନ ସାରିବାର ଠିକ୍ ପରେ ପରେ ହୃଦ୍‌ଘାତର ଶିକାର ହୋଇଥିଲେ ଗାଙ୍ଗୁଲି। ତୁରନ୍ତ ତାଙ୍କୁ ସ୍ଥାନୀୟ ଉଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା। ସେଠାରେ ଜରୁରୀକାଳୀନ ୱାର୍ଡରେ ଆଶୁ ଚିକିତ୍ସା ପରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା। ବିଶେଷକରି ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହୃତ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଯାଇଥିବା ଜଣାପଡ଼ିଥିଲା।

Comments are closed.