ଫେବୃଆରୀ ପହିଲାରୁ ଶତ ପ୍ରତିଶତ କର୍ମଚାରୀରେ ଚାଲିବ ସବୁ ସରକାରୀ କାର୍ଯ୍ୟାଳୟ
ଭୁବନେଶ୍ବର: ପାଖାପାଖୀ ୧୧ ମାସ ପରେ ଶତ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ ରାଜ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ। ହେଲେ ପୂର୍ବଭଳି ଶନିବାର ଦିନ ସରକାରୀ ଅଫିସଗୁଡ଼ିକ ବନ୍ଦ ରହିବ। ଏନେଇ ଗତକାଲି ରାଜ୍ୟ ସରକାର ଫେବୃଆରୀ ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଫେବୃୟାରୀ ପହିଲାରୁ ରାଜ୍ୟର ସମସ୍ତ ସରକାରୀ ଅଫିସଗୁଡ଼ିକରେ ଶତ ପ୍ରତିଶତ କର୍ମଚାରୀ ଓ ଅଫିସରଙ୍କ ଉପସ୍ଥିତ ରହିବ। ତେବେ ପୂର୍ବଭଳି ସମସ୍ତ ଶନିବାର ରାଜ୍ୟ ତମାମ ଛୁଟି ରହିବ। ଯଦି କୌଣସି ବିଭାଗୀୟ କାର୍ଯ୍ୟାଳୟରେ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ଯୋଗୁ ସାମାଜିକ ଦୂରତ୍ୱ ବଜାୟ ରଖିବା ସମ୍ଭବପର ନହେବ ତା’ହେଲେ ସମ୍ପୃକ୍ତ କାର୍ଯ୍ୟାଳୟ କର୍ତ୍ତୃପକ୍ଷ ଚାହିଁଲେ କର୍ମଚାରୀଙ୍କ ଉପସ୍ଥିତିକୁ ନିୟନ୍ତ୍ରଣ କରିପାରିବେ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ମାସଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଶତ ପ୍ରତିଶତ କର୍ମଚାରୀଙ୍କ ଉପରେ କଟକଣା ରହିଥିଲା।
Comments are closed.