Odisha Link
Bridging the Missing Links in Odisha

୧୫ରୁ ସ୍ବାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ

କଟକ: ରାଜ୍ୟରେ ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ୍। ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକଣା କୋହଳ କରୁଛନ୍ତି। ଏହାକୁ ନଜରରେ ରଖି ହାଇକୋର୍ଟ ମଧ୍ୟ କିଛି କଟକଣା କୋହଳ କରିଛନ୍ତି। କରୋନା କଟକଣା ଯୋଗୁଁ ଦୀର୍ଘଦିନ ହେବ ରାଜ୍ୟ ସମସ୍ତ ଅଦାଲତ ଫେବୃଆରୀ ୧୫ ତାରିଖରୁ ସ୍ବାଭାବିକ ଭାବେ ଚାଲିବ। ଏସଓପି ପାଳନ କରିବା ସହିତ ହାଇକୋର୍ଟ ଓ ରାଜ୍ୟର ଅନ୍ୟ କୋର୍ଟ ଓ ଟ୍ରିବ୍ୟୁନାଲରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ବ୍ୟକ୍ତିଗତ ଭାବେ ହାଜିରା ସହିତ ଜଣେ ଚାହିଁଲେ ଭର୍ଜୁଆଲ୍ ପ୍ଲାଟଫର୍ମରେ ମଧ୍ୟ ଅଦାଲତଙ୍କ ନିକଟରେ ହାଜର ହୋଇପାରିବ। ତେବେ କେଉଁ ମାଧ୍ୟମରେ ସଂପୃକ୍ତ ବ୍ୟକ୍ତି ହାଜର ହେବ, ସେ ସଂପର୍କରେ ତା ପୂର୍ବ ଦିନ ଓକିଲଙ୍କ ଜରିଆରେ ରେଜିଷ୍ଟ୍ରିଙ୍କୁ ଅବଗତ କରିବାକୁ ପଡ଼ିବ। ଏ ସଂପର୍କରେ ପୂର୍ବ ସଂଧ୍ୟାରେ ରେଜିଷ୍ଟ୍ରିଙ୍କୁ କହିବାକୁ ସମସ୍ତ ଓକିଲଙ୍କୁ କୁହାଯାଇଛି।

Comments are closed.