Odisha Link
Bridging the Missing Links in Odisha

ବଢ଼ିଲା ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ

ଭୁବନେଶ୍ବର : ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସର୍ଜନଙ୍କ ଷ୍ଟାଇପେଣ୍ଡ୍ ମାସିକ ୨୦ ହଜାରରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଆଗାମୀ ୩ ବର୍ଷ ପାଇଁ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଥିବା ଜଣାପଡ଼ିଛି। ତେବେ ଜାନୁଆରୀ ୧ ତାରିଖ ଠାରୁ ଏହି ବୃଦ୍ଧି ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଡିଏମଇଟିକୁ ଚିଠି ଲେଖିଛନ୍ତି ଉପ ସଚିବ। ଦୀର୍ଘଦିନ ଧରି ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ବୃଦ୍ଧି ନେଇ ଦାବି କରି ଆସୁଥିଲେ ।

Comments are closed.