ବଜେଟ ଅଧିବେଶନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୨୦୨୧-୨୨ର ଏହି ସାଧାରଣ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବଜେଟ୍ ଆଗାମୀ ଦିନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଅସାଧାରଣ ପରିସ୍ଥିତି ଭିତରେ ଏହି ବଜେଟ୍ ଉପସ୍ଥାପନା କରାଯାଇଛି। କରୋନା ମହାମାରୀ ସାରା ଦୁନିଆରେ ଯେଉଁ ପ୍ରଭାବ ପକାଇଛି, ତାହା ପୂରା ମାନବଜାତିକୁ ଦୋହଲାଇ ଦେଇଛି।
ଏଭଳି କଠିନ ପରିସ୍ଥିତିରେ ଆଜିର ବଜେଟ୍ ଭାରତର ଆତ୍ମବିଶ୍ୱାସକୁ ବଢ଼ାଇବ ଏବଂ ସାରା ଦୁନିଆରେ ଏକ ନୂଆ ଆତ୍ମବିଶ୍ୱାସ ଭରିବ। ଭାରତ ମଧ୍ୟ କରୋନା ଲଢ଼େଇରେ ରିଆକ୍ଟିଭ୍ ହେବା ବଦଳରେ ପ୍ରୋଆକ୍ଟିଭ୍ ରହିଆସିଛି।
ପିଏମ୍ ମୋଦି କହିଛନ୍ତି, ଏହି ବଜେଟ୍ ସମସ୍ତଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ। ଏହାଛଡ଼ା ଯୁବକଙ୍କ ପାଇଁ ନୂଆ ସୁଯୋଗ ଆଣିବା ସହ ମାନବ ସମ୍ବଳକୁ ମଧ୍ୟ ନୂଆ ସ୍ତରକୁ ନେବ। ଏହି ବଜେଟରେ ନିୟମ ଓ ପ୍ରକ୍ରିୟାକୁ ସରଳ କରି ଇନ୍ ଅଫ୍ ଲିଭିଂକୁ ବଢ଼ାଇବା ଉପରେ ଜୋର୍ ଦିଆଯାଇଛି।
ଏହା ଇଣ୍ଡିଜିଭୁଆଲ୍ସ, ଇନଭେଷ୍ଟର୍ସ, ଇଣ୍ଡଷ୍ଟ୍ରୀ ଏବଂ ଏହାସହ ଇନଫ୍ରାଷ୍ଟ୍ରକର୍ ସେକ୍ଟରରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଏଥିପାଇଁ ମୁଁ ଦେଶର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ସାଥୀ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ତାଙ୍କର ପୂରା ଟିମକୁ ବଧେଇ ଜଣାଉଛି।