ସାଇବର ଠକେଇର ଶିକାର ହେଲେ ଅଧ୍ୟାପିକା, ୧୯ ହଜାର ଟଙ୍କା ଲୁଟ୍

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି। ସାଧାରଣ ଲୋଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ସାଇବର ଠକ। କ୍ଷଣିକ ମଧ୍ୟରେ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଟଙ୍କା। ଏହାରି ଭିତରେ ଜଣେ ଅଧ୍ୟାପିକା ସାଇବର ଠକେଇର ଶିକାର ହୋଇଛନ୍ତି।
ଅନଲାଇନରେ ୱାସିଂ ମେସିନ ବିକିବା ବେଳେ ଠକାମିର ଶିକାର ହୋଇଛନ୍ତି ଅଧ୍ୟାପିକା ଜଣଙ୍କ। ଓଏଲଏକ୍ସରେ ନିଜ ୱାସିଂ ମେସିନ ବିକିବାକୁ ସମ୍ପୃକ୍ତ ଅଧ୍ୟାପିକା ବିଜ୍ଞାପନ ଦେଇଥିଲେ। ସାଇବର ଲୁଟେରା ଫୋନ କରି ଗୁଗୁଲ ପେ’ରୁ ଟଙ୍କା ଲୁଟିନେଇଥିଲେ। ତେବେ ଏନେଇ ଅଭିଯୋଗ ପରେ ଇନଫୋସିଟି ଥାନା ପୁଲିସ ତନାଘନା ଆରମ୍ଭ କରିଛି।