Odisha Link
Bridging the Missing Links in Odisha

ହାଇକୋର୍ଟ ଗଲା ‘କୋଟିଆ’ ପ୍ରସଙ୍ଗ

ବ୍ରହ୍ମପୁର: ହାଇକୋର୍ଟ ଗଲା ‘କୋଟିଆ’ ମାମଲା। କୋଟିଆରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଜି ମାମଲା ଦାୟର ହୋଇଛି। ଜନସ୍ୱାର୍ଥ ମାମଲା ଦାୟର କରିଛି ଭାରତୀୟ ବିକାଶ ପରିଷଦ। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ନେଇ ମାମଲାରେ ଅପିଲ କରାଯାଇଛି।

ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅପିଲ କରାଯାଇଛି। ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ ଉପରେ ପଦକ୍ଷେପ ନେବାକୁ ମଧ୍ୟ ଅପିଲ କରାଯାଇଛି। ଗୃହ ଓ ରାଜସ୍ୱ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ ହୋଇଛି।

ଅନ୍ୟପଟେ କୋରାପୁଟ ଜିଲ୍ଲାର କୋଟିଆରେ ଆଜି ପହଞ୍ଚିଛନ୍ତି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ। ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ଆନ୍ଧ୍ର ଅଧିକାରୀମାନେ ଆଲୋଚନା କରିଛନ୍ତି। ଭୋଟରଙ୍କ ସହ ପାର୍ବତୀପୁରମ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ମଧ୍ୟରେ ଆଲୋଚନା ହୋଇଛି।

Comments are closed.