୬ କୋଟି ଟଙ୍କାର ରିଚାର୍ଜ ଠକେଇ

କଟକ: ମୋବାଇଲ୍ ଓ ଡିଟିଏଚ୍ ରିଚାର୍ଜ ନାଁରେ ୬ କୋଟି ଟଙ୍କା ଠକେଇ। ଏହି ଘଟଣାରେ ସଦର ଥାନା ପୁଲିସ ଠକ ସ˚ସ୍ଥା ବିରୋଧରେ ଠକେଇ ମାମଲା ରୁଜୁ କରିଛି। ବୟାଳିଶମୌଜାର ସ˚ସ୍ଥାର ମାଲିକ ବିପ୍ର ଚରଣ ସ୍ବାଇଁ ସମେତ ୪ ଜଣ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଶେଷ ଥର ପାଇଁ ବୟାଳିଶମୌଜାରେ ୩ ତାରିଖରେ ଏମାନଙ୍କ ଫୋନ୍ ବ୍ୟବହାର ହୋଇଥିଲା। ସେବେଠାରୁ ସମସ୍ତଙ୍କ ଫୋନ୍ ସୁଇଚ୍ ଅଫ୍ ରହିଛି। ପୁଲିସ ରେକର୍ଡରେ ସହର ଛାଡ଼ି ଏମାନେ ଫେରାର ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, ବୟାଳିଶମୌଜା ଅଞ୍ଚଳର ଏକ ଘରୋଇ ସ˚ସ୍ଥା ମୋବାଇଲ୍ ଓ ଡିଟିଏଚ୍ ରିଚାର୍ଚ୍ଚ ପାଇଁ ରାଜ୍ୟରେ ପ୍ରାୟ ୨୦୦ରୁ ଅଧିକ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଥିଲା। ଏମାନେ ସ˚ସ୍ଥା ପାଇଁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ସ˚ସ୍ଥାର ଚୁକ୍ତି ମୁତାବକ ରିଚାର୍ଜ ପ୍ୟାକେଜ୍ରେ ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ସେବା ଯୋଗାଇବାର ସର୍ତ୍ତ ରଖାଯାଇଥିବା ବେଳେ ୪ ମାସ ଭିତରେ ସେବା ବନ୍ଦ ହେବାରୁ ବଡ଼ ଧରଣର କେଳେଙ୍କାରୀ ସାମନାକୁ ଆସିଥିଲା।
ଗତ ୪ ତାରିଖରେ ଠକେଇ ସ˚କ୍ରାନ୍ତରେ ଅଭିଯୋଗ ହୋଇଥିଲା। ସ˚ସ୍ଥା ମାଲିକ ଗିରଫ ଭୟରେ ପୁଲିସ ସାମନାକୁ ନଆସି ଏକ ଭିଡଓ୬ ତାରିଖରେ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। ତାଙ୍କୁ ଏଜେଣ୍ଟମାନେ ଫସାଇ ଦେଇଥିବା ଓଲଟି ଭିଡିଓ ମାଧ୍ୟମରେ ଅଭିଯୋଗ ଆଣିଥିଲେ। ଏଜେଣ୍ଟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରୁଥିବା କହି ଫେରାର ହୋଇଯାଇଛନ୍ତି।
ଅନ୍ୟପଟେ ସ˚ସ୍ଥାର ଏଜେଣ୍ଟଙ୍କ ଅଭିଯୋଗ ଆଧାରରେ ସଦର ଥାନା ପୁଲିସ ସ˚ସ୍ଥା ମାଲିକ ବିପ୍ରଙ୍କ ସମେତ ୩ ଜଣଙ୍କ ବିରୋଧରେ ଆଇପିସି ଦଫା ୪୧୯, ୪୨୦, ୪୬୫, ୩୪ ଏବ˚ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬(ସି), ୬୬(ଡି)ରେ ମାମଲା ରୁଜୁ କରରଯାଇଛି। ଏବେ ସେମାନେ ଫେରାର ଥିବା ଥାନା ଆଇଆଇସି ସୁଧା˚ଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି।