Odisha Link
Bridging the Missing Links in Odisha

ଆଜିଠୁ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: କରୋନା ମହାମାରୀ ଦୀର୍ଘ ଦିନ ହେବ କଲେଜ ବନ୍ଦ ରହିଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଇବା କାରଣରୁ ଏବେ ସବୁ ସ୍କୁଲ କଲେଜ ଖୋଲିବାକୁ ଲାଗିଛି। ଆଜିଠୁ କଲେଜ ଯିବେ ଛାତ୍ରଛାତ୍ରୀ। ଆଜିଠୁ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ। ଗତ ସୋମବାର ଠାରୁ ହଷ୍ଟେଲ ମଧ୍ୟ ଖୋଲି ସାରିଲାଣି।

କୋଭିଡ ଗାଇଡଲାଇନକୁ କଡ଼ାକଡି ଭାବେ ପାଳନ କରି ପାଠପଢା ହେବ। ଏନେଇ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କ୍ୟାମ୍ପସକୁ ବିଶୋଧନ ମଧ୍ୟ କରାଯାଇଛି। କଲେଜ୍ ପରିସରରେ ଭିଡ ନକରିବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

Comments are closed.