Odisha Link
Bridging the Missing Links in Odisha

ବିପଦରେ ଗଜରାଜ, କର୍ଲାପାଟ ଯିବେ ବିଶେଷଜ୍ଞ ଟିମ୍

କଳାହାଣ୍ଡି: ବିପଦରେ ଗଜରାଜ। କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ଗତ ୧୨ ଦିନ ମଧ୍ୟରେ ୪ ହାତୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ୪ଟି ଯାକ ମାଈହାତୀ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଗର୍ଭବତୀ ଥିଲା ବୋଲି ଡିଏଫ୍ଓ ଦକ୍ଷିଣ ବନଖଣ୍ଡ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି। ଏଥିସହ କର୍ଲାପାଟକୁ ଭୁବନେଶ୍ବରରୁ ବିଶେଷଜ୍ଞ ଟିମ୍‌ ଯିବେ ଏବଂ ସେଣ୍ଟର ଫର୍‌ ଓ୍ବାଇଲ୍ଡ ଲାଇଫ୍‌ ଲ୍ୟାବ୍କୁ ହାତୀଙ୍କର ମୃତ ଦେବ ଯିବ ବୋଲି ସେ ସୂଚନା ଦେଇଛନ୍ତି।

ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ି ଝରଣା ନିକଟରୁ ଆଜି ଆଉ ଏକ ମାଈହାତୀର ମୃତଦେହ ଉଦ୍ଧାର ହୋଇଛି । ଦକ୍ଷିଣ ବନଖଣ୍ଡ ଡିଏଫଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏହାସହ ସାଇଣ୍ଟିଫିକ୍ ଓ ବନ୍ୟପ୍ରାଣୀ ପଶୁସମ୍ପଦ ବିଭାଗର କର୍ମଚାରୀ ମୃତହାତୀର ଶବ ବ୍ୟବଛେଦ କରିଛନ୍ତି । ତେବେ ହାତୀ ମୃତ୍ଯୁ ପଛର କାରଣ ଜଣାପଡ଼ିନାହିଁ । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦକ୍ଷିଣ ବନାଞ୍ଚଳ ଡିଏଫଓ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ମାସ ୧ ତାରିଖରେ ପ୍ରଥମେ ଗୋଟିଏ ହାତୀ ପରେ ୮ ତାରିଖରେ ଆଉ ଗୋଟିଏ ଏମିତି ୧୨ ଦିନ ଭିତରେ ୪ଗୋଟି ହାତୀର ମୃତ୍ୟୁ ହୋଇଛି। ଭୁତାଣୁ ଜନିତ ହେମରେଜ ସେପ୍ଟିସେମିଆ ରୋଗରେ ହାତୀଙ୍କ ମୃତ୍ୟୁ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଡିଏଫଓ କହିଛନ୍ତି।

Comments are closed.